ଉଦଳା: ପୁଣି ସାମ୍ନାକୁ ଆସିଛି ଲଜ୍ଜା ଜନକ ଘଟଣା । ଜଙ୍ଗଲରେ ନାବାଳିକାକୁ ଏକୁଟିଆ ପାଇ ୩ ଜଣ ଯୁବକ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଭଳି ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ଏହି ଘଟଣାରେ ଅଭିଯୁକ୍ତ ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରିବା ସହିତ ଦୁଇ ଜଣ ନାବାଳକ ସାଙ୍ଗକୁ ଅଟକ ରଖିଛି ଏବଂ ସେମାନଙ୍କୁ ଜୁଭେନାଇଲ କୋର୍ଟକୁ ପଠାଇବେ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ, ରାକ୍ଷୀ ଦିନ ସନ୍ଧ୍ୟାରେ ୧୬ ବର୍ଷର ନାବାଳିକା ନିଜର ଦୁଇ ଜଣ ନାବାଳକ ସାଙ୍ଗ ସହିତ ବୁଲିବାକୁ ଯାଇଥିଲେ । ଜଙ୍ଗଲ ନିକଟରେ ଜଣେ ନାବାଳକ ସାଙ୍ଗ ଶୌଚ ନିମନ୍ତେ ଯାଇଥିଲେ । ଏହି ସମୟରେ ନାବାଳିକାର ଅନ୍ୟ ଜଣେ ନାବାଳକ ସାଙ୍ଗ ସହିତ ଛିଡା ହୋଇଥିବା ବେଳେ ସେଠାରେ ୩ ଜଣ ଯୁବକ ଆସି ପହଂଚିଥିଲେ । ପହଞ୍ଚିବା ପରେ ନାବାଳିକା ସାଙ୍ଗରେ ଛିଡା ହୋଇଥିବା ନାବାଳକକୁ ଶୌଚ ନିମନ୍ତେ ଯାଇଥିବା ନିଜର ସାଥୀକୁ ଖୋଜିବାକୁ ଆଣିବା ପାଇଁ ପଠାଇ ଦେଇଥିଲେ। ଏହା ପରେ ୩ ଜଣ ଯୁବକ ନାବାଳିକାକୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ହେଲେ ନାବାଳିକା ଜଣକ କୌଶଳ କ୍ରମେ ଖସିଯାଇଥିଲେ। ପରେ ଏ ନେଇ ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ୩୨୪/୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି ।